19/08/2026
ଜୈବିକ କୃଷିର ଉପାଦେୟତା ଓ ଲାଭ
ଜୈବିକ କୃଷି ଯୋଗୁଁ ଜମିର ଉର୍ବର ଶକ୍ତି ବଢିବା ସହିତ ପରିବେଶ ର ସୁରକ୍ଷା ସହ ଜଳ ଉତ୍ସ ନିର୍ମଳ ତଥା ନିରାପଦ ରୁହେ । ଏହି ପ୍ରଣାଳୀ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ନ ପକାଇ ରୋଗ ପୋକ ନିୟନ୍ତ୍ରଣ କରିଥାଏ । ନିଜ ଜମିରେ ଓ ପରିବେଶରେ ଉପଲବ୍ଦ୍ଧ ସାଧନକୁ ବ୍ୟବହାର କରି ଏହି ପ୍ରକ୍ରିୟା କରାଯାଉଥିବାରୁ କୃଶକ ର ବ୍ୟୟଭାର କମିଥାଏ ।ଏହା ଦ୍ଵାରା ଉତ୍ତମ ,ସୁସ୍ଵାଦୁ ତଥା ପୋଷଣ ତତ୍ଵ ଏବଂ ଜୀବସାରରେ ଭରପୁର ଖାଦ୍ୟ ସାମଗ୍ରୀ ଉତ୍ପ।ଦିତ ହୋଇଥାଏ;ଯାହାକି ଆମ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ ଏବଂ ଏକ ସୁସ୍ଥ ସମାଜ ସୃଷ୍ଟିରେ ସହାୟକ ହୁଏ ।
#ମୁଖ୍ୟଉଦ୍ଦେଶ୍ୟ
ପ୍ରକୃତିକ ଉପାୟରେ ମାଟିର ଉର୍ବରତା ବଢାଇବା ।
କମ ଖର୍ଚ୍ଚରେ ଉତ୍ତମ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ।
ପରିବେଶ ସୁରକ୍ଷା ଓ ସନ୍ତୁଳନ ରକ୍ଷା କରିବା ।
ମାଟିରେ ଲାଭଦାୟକ ସୂକ୍ଷ୍ମ ଜୀବାଣୁର ସଂଖ୍ୟା ବୃଦ୍ଧି କରିବା ।
ଆତ୍ମନିର୍ଭରଶୀଳ କୃଷି ପ୍ରଣାଳୀ ର ବିକାଶ କରିବା ।
ଜୈବିକ ସାରା ଓ ଜୈବିକ କୀଟନାଶକ କୁ ପ୍ରୋତ୍ସାହନ ଦେବା ।ଜୈବିକ ଉତ୍ପାଦନ ର ଉଚିତ ମୂଲ୍ୟ ଯୋଗୁଁ ଗ୍ରାମାଞ୍ଚଳ ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ।
+91-7077111213
#ଓଡ଼ିଶା #କୃଷକ #ଚାଷ