Mindshree - Healing Minds

Mindshree - Healing Minds healthy mind is a must for healthy body. Almost every doctor arround globe are admitting it. if we c

ପ୍ରାଚୀନ ଗ୍ରନ୍ଥ ଅନୁଯାୟୀ ଏହି ଜୀବନର ଅନେକ ସମସ୍ୟା ପାଇଁ ପୂର୍ବଜନ୍ମର କର୍ମଫଳ ହିଁ ଦାୟୀ । ଏହି ସିଦ୍ଧନ୍ତକୁ ଭିତ୍ତିକରି Past Life Regres...
24/02/2023

ପ୍ରାଚୀନ ଗ୍ରନ୍ଥ ଅନୁଯାୟୀ ଏହି ଜୀବନର ଅନେକ ସମସ୍ୟା ପାଇଁ ପୂର୍ବଜନ୍ମର କର୍ମଫଳ ହିଁ ଦାୟୀ । ଏହି ସିଦ୍ଧନ୍ତକୁ ଭିତ୍ତିକରି Past Life Regression Therapyର ସୃଷ୍ଟି ଯାହାକି ଆମେରିକା, ଇଂଲଣ୍ଡ, ବାଙ୍ଗାଲୋରରେ ବହୁଳ ପ୍ରଚଳିତ ।

ଏହି ପଦ୍ଧତି ମାଧ୍ୟମରେ ଜଣେ ବ୍ୟକ୍ତି ଗଭୀର ପ୍ରଶାନ୍ତ ଅବସ୍ଥାରେ ନିଜ ପୁର୍ବଜନ୍ମର ଘଟଣାବଳିକୁ ସ୍ପଷ୍ଟରୁପେ ଦେଖିପାରେ । ଏହି ଜନ୍ମର ସମସ୍ୟା ଯଥା ସନ୍ତାନହିନ, ଦାମ୍ପତ୍ୟ କଳହ, ମାନସିକ ରୋଗ ପୁରୁଣା ରୋଗ ଆଦି ଅନେକ ସମସ୍ୟାର କାରଣ ଜଣାପଡିଯାଏ ଓ ଏହାର ସମାଧାନ କରିହୁଏ ।

ଯଦି ଆପଣ ବି ଏମିତି କିଛି ସମସ୍ୟରେ ଅଛନ୍ତି, ବହୁତ ଚେଷ୍ଟା ପରେ ବି ସମାଧାନ ମିଳୁନାହିଁ ତେବେ ଯୋଗାଯୋଗ କରନ୍ତୁ -

Mindshree - Healing Mind
ସାନମଙ୍ଗ, ଆଳି, କେନ୍ଦ୍ରାପଡା
- 9938609823

  ______________________________ #ଆପଣଙ୍କ_ଜୀବନର_ସବୁ_ପ୍ରଶ୍ନର_ଉତ୍ତର   କାହିଁକି ମୋ ଜୀବନରେ ଏତେ ଦୁଃଖ ? ମୁଁ ଏହି ଜୀବନରେ କିଛି ଭୁଲ ...
31/12/2022


______________________________
#ଆପଣଙ୍କ_ଜୀବନର_ସବୁ_ପ୍ରଶ୍ନର_ଉତ୍ତର
କାହିଁକି ମୋ ଜୀବନରେ ଏତେ ଦୁଃଖ ? ମୁଁ ଏହି ଜୀବନରେ କିଛି ଭୁଲ କରିନାହିଁ । କାହିଁକି ଏତେ କଷ୍ଟ ପାଉଛି ? ମୁଁ ପୂର୍ବ ଜନ୍ମରେ କେଉଁଠି ଜନ୍ମ ହେଇଥିଲି । ମୋ ସ୍ତ୍ରୀ ସହ ମୋର ପୂର୍ବ ଜନ୍ମରେ କଣ ସମ୍ପର୍କ ଥିଲା ?

ସତରେ କଣ ଭଗବାନ ଅଛନ୍ତି ?ମୋର ଏହି ଜୀବନର ଉଦ୍ଦ୍ୟେଶ୍ୟ କଣ ?
ସତରେ କଣ ପରୀ ଅଛନ୍ତି ? ସେମାନେ ଦେଖିବାକୁ କେମିତି ? କଣ ତାଙ୍କ ସହ କଥାବର୍ତ୍ତା କରିହୁଏ ? କିଛି ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ଦିଅନ୍ତି କି ?

ମୋ ସ୍ୱାମୀ/ଶାଶୁ ମତେ ବହୁତ କଷ୍ଟ ଦେଉଛନ୍ତି । ଏହାର ସମାଧାନ କଣ ?
ଗୋଟିଏ ସ୍ବପ୍ନ ବାରମ୍ବାର ଦେଖୁଛି । ଏହାର ଅର୍ଥ କଣ ? ନିୟମିତ ମୁଣ୍ଡବିନ୍ଧା, ଦୁଃସ୍ଵପ୍ନ କାହିଁକି ଦେଖୁଚି ? ଏହାର ଅର୍ଥ କଣ ?ମୋର ମୃତ ସମ୍ପର୍କୀୟ ଏବେ କୋଉଠି ଅଛନ୍ତି ?

ଆପଣ କେଉଁ ପୁରୁଣା ରୋଗ କିମ୍ବା କଷ୍ଟରେ ପୀଡିତ କି ? ବହୁତ ଡାକ୍ତର ଜ୍ୟୋତିଷ ପାଖକୁ ଯାଇ ନିରାଶ ହୋଇଛନ୍ତି କି ? ହତାଶ ଲାଗିବା, ଆତ୍ମହତ୍ୟା ଇଛା, ବିନା କାରଣରେ ଭୟ ଲାଗିବା, ଏକୁଟିଆ ଲାଗିବା ଆଦି ଚିନ୍ତା ଆପଣଙ୍କୁ କଷ୍ଟ ଦେଉଛି କି ?

ଯଦି ଆପଣଙ୍କ ମନରେ ଏହି ଭଳି ପ୍ରଶ୍ନ ବହୁତ ଦିନରୁ ଅଛି ତେବେ ଯେକୌଣସି Expert Past Life Regression Therapistଙ୍କ ସାହାଯ୍ୟ ନିଅନ୍ତୁ ।

( ଏହି ପଦ୍ଧତି ଆମେରିକା, ଇଂଲଣ୍ଡ ଆଦି ଦେଶରେ ବହୁଳ ପ୍ରଚଳିତ । ବାଙ୍ଗାଲୋର୍ ରେ ମଧ୍ୟ ଏହି ଚିକିତ୍ସା କିଛି ବର୍ଷ ହେଲା ଆରମ୍ଭ ହେଲାଣି । Google ରେ ସବିଷେଶ ତଥ୍ୟ ଉପଲବ୍ଧ )
_____________________________________________
Past Life Regression therapy ପାଇଁ Contact--

📌 Mindshree - Healing Mind
ସାନମଙ୍ଗ, ଆଳି, କେନ୍ଦ୍ରାପଡା
📞 9938609823

💐💐💐💐💐💐💐💐💐💐💐💐💐💐💐💐💐

 #ମିଛ_ଧାରା_ଯନ୍ତ୍ର---------------------   ଆମେ ମିଛ କହିବା ସମୟରେ ରକ୍ତ ଚାପ, ମାନସିକ ଚାପ, ନିଶ୍ୱାସର ବେଗ, ଚର୍ମର ତାପମାତ୍ରା ଆଦି ସାମ...
07/12/2022

#ମିଛ_ଧାରା_ଯନ୍ତ୍ର
---------------------
ଆମେ ମିଛ କହିବା ସମୟରେ ରକ୍ତ ଚାପ, ମାନସିକ ଚାପ, ନିଶ୍ୱାସର ବେଗ, ଚର୍ମର ତାପମାତ୍ରା ଆଦି ସାମାନ୍ୟ ବଢିଯାଏ । ଏହି ସାମାନ୍ୟ ପରିବର୍ତ୍ତନକୁ ଜାଣିବା ପାଇଁ ଅନେକ ଯନ୍ତ୍ର ଆବିଷ୍କାର ହେଲାଣି । ଏହି ଯନ୍ତ୍ରମାନଙ୍କ ମଧ୍ୟରୁ GSR Sensor ଅନ୍ୟତମ ।

Galvanic Skin Response ( GSR ) Sensor ମାଧ୍ୟମରେ ଜଣେ ବ୍ୟକ୍ତିର ମାନସିକ ଚାପ ସ୍ତର ( Stress Level ) ମାପିହୁଏ ।

ସନ୍ଦିଗ୍ଧ ବ୍ୟକ୍ତି ମିଛ କହିବା ସମୟରେ Stress Level ବଢିଯାଏ l ପୂଣି କିଛି Normal ପ୍ରଶ୍ନ କରାଯାଏ ଯଥା ନାମ, ଠିକଣା । ଯଦି stress level କମିଯାଏ ତେବେ ମିଛ କହୁଥିବା ପ୍ରମାଣିତ ହେଇଯାଏ । ଏହି ଯନ୍ତ୍ର Past Life Regression Therapy ସମୟରେ ବ୍ୟକ୍ତିର ମାନସିକ ସ୍ଥିରତା ମପାଯାଏ ।

______________________________________________
Mindshree - Healing Mind
ସାନମଙ୍ଗ, ଆଳି, କେନ୍ଦ୍ରାପଡା
📞 9938609823

 #ଆତ୍ମହତ୍ୟା_ର_କରୁଣ_ପରିଣତି _______________________  ସତ୍ୟ, ବୟସ ୨୦ । ମଧ୍ୟ୍ୟବିତ୍ତ ପରିବାରର ସାଧା ସିଧା college ଛାତ୍ର। ତା ଆଖିରୁ ...
19/10/2022

#ଆତ୍ମହତ୍ୟା_ର_କରୁଣ_ପରିଣତି
_______________________
ସତ୍ୟ, ବୟସ ୨୦ । ମଧ୍ୟ୍ୟବିତ୍ତ ପରିବାରର ସାଧା ସିଧା college ଛାତ୍ର। ତା ଆଖିରୁ ଜଣା ପଡୁଥିଲା ଯେପରି ଏବେ ଶୋଇକି ଉଠିଛି । । ଶେଜ କୁ ଯିବାର ୨ ଘଣ୍ଟା ପରେ ନିଦ ଆସୁଥିଲା । ଥରେ ନିଦ ଭାଙ୍ଗିଗଲେ ୨ ଘଣ୍ଟା ପର୍ଯ୍ୟନ୍ତ ଆଉ ନିଦ ହେଉନଥିଲା । ଜିବନ ବହୁତ୍ ବିରକ୍ତିକର ଲଗୁଥିଲା । ଛାତି ଧଡ଼ଧଡ଼ ହେଉଥିଲା । ମରିଯିବାକୁ ଇଛା ହେଉଥିଲା । କୌଣସି କାମ ତାକୁ ଖୁସି ଦେଉନଥିଲା ।

। ସ୍ଵପ୍ନା ସହ ସମ୍ପର୍କ ବିଷୟରେ ଆରମ୍ଭ କଲା । facebook ରୁ ଆରମ୍ଭ ହୋଇଥିଲା ସମ୍ପର୍କ । ଲାଗୁଥିଲା ଯେପରି ସ୍ବପ୍ନା ତାର ଜନ୍ମ ଜନ୍ମାନ୍ତରର ସାଥି । ସ୍ଵପ୍ନା କୁ ସବୁଦିନ ଦେଖିବା ପାଇଁ ୫୦୦ କିଲୋମିଟର ଦୂର college ରେ ନାମ ଲେଖାଇ ଥିଲା ।

ଏକ ବର୍ଷ ହେବ ସ୍ଵପ୍ନା ସବୁ ସମ୍ପର୍କ କାଟିଦେଇଛି ।ସ୍ବପ୍ନାର ମୁହଁ ବାରମ୍ବାର ମନେ ପଡୁଥିଲା ଯାହାକି ତାକୁ ବହୁତ କଷ୍ଟ ଦେଉଥିଲା ।
ଏଗାର ମାସ ତଳୁ ସେ Depression ଓ ନିଦ ପାଇଁ ଔଷଧ ନେଉଥିଲା ।

Regression ପଦ୍ଧତି ସାହାଯ୍ୟରେ ସତ୍ୟ ଧୀରେଧୀରେ ଶାନ୍ତ ହୋଇ ୧୭ ମିନିଟ୍ ମଧ୍ୟରେ ଗଭୀର ପ୍ରଶାନ୍ତ ( Trance ) ଅବସ୍ଥାରେ ପହଞ୍ଚିଗଲା । ସ୍ଵପ୍ନା ସହ ପୂର୍ବ ସମ୍ପର୍କ କଣ ? ଅବଚେତନ ମନରେ ଖୋଜିବାକୁ ଲାଗିଲା । ପ୍ରଥମେ ଧାନ ବିଲ ଘେରା ମାଟିଘର ନିକଟରେ ନିଜକୁୁ ଦେଖିଲା । ତା ନିକଟରେ ସ୍ଵପ୍ନା ବସିଥିଲା । ସ୍ବପ୍ନା ତା ସ୍ତ୍ରୀ ଥିଲା । ତା ସହ ସମ୍ପର୍କ ବହୁତ ଭଲ । ସେ ଘରେ ଆଉ କେହି ନାହାନ୍ତି । ପୁରୁଣା କାଳିଆ ଘର ।

ସେହି ଜୀବନର ଶେଷ ଦିନକୁ ଚାଲିଯିବାକୁ କହିଲି ।
ବର୍ଣନା ଆରମ୍ଭ କଲା । ୧୯୮୦ ମସିହାର କେଉଁ ଦିନ । "ସ୍ବପ୍ନ ସହିତ ବହୁତ ଝଗଡା ହୋଇଛି । ସ୍ଵପ୍ନା ଘରେ ଅଛି ।

ମୁଁ ଘରୁ ରାଗିକି ପଳେଇ ଆସିଲି ... ଗୋଟିଏ ଟ୍ରେନ ଲାଇନ ପାଖରେ ଠିଆ ହେଇଛି... ମୁଁ ମରିଗଲି.... ମୁଁ ଆତ୍ମହତ୍ୟା କରିଦେଲି" ।

ଏହାର କିଛି ଦିନ ପରର ଅବସ୍ଥା ବର୍ଣନା କରିବାକୁ କହିଲି । ସେ କହିଲା ସ୍ବପ୍ନା ବହୁତ ଦୁଃଖରେ ଅଛି । ବହୁତ କଷ୍ଟରେ ଅଛି । ମତେ ଗାଳି ଦେଉଛି ।

Spirit Guide ଙ୍କ କିଛି ସମାଧାନ ( Closure ) ପରେ ସେ ଧୀରେ ଧୀରେ ଆଖି ଖୋଲି ପୂର୍ବ ଅବସ୍ଥାକୁ ଆସିଲା ।
ଇଶ୍ଵରଙ୍କ କର୍ମ ନିୟମ ମୋତେ ସ୍ତବ୍ଧ କରିଦେଲା ।

ଇଶ୍ଵରଙ୍କ କର୍ମ ନିୟମ -
------------------------

୧. ଉଭୟ ୫୦୦ କିଲୋମିଟର ଦୂରରେ ଜନ୍ମ ହୋଇ ମଧ୍ୟ ସୁଝେଇବ ପାଇଁ ନିଜ ଅଜାଣତରେ ଏକାଠି ହେଲେ । ଯିଏ ସୁଝେଇବା କଥା ସୁଝେଇଲା । ଯିଏ ଦଣ୍ଡ ପାଇବା କଥା ପାଇଗଲା । ସୁଝିଗଲା ।

୨. ସେହି ଜନ୍ମରେ ସତ୍ୟ ଆତ୍ମହତ୍ୟା କଲା ଅର୍ଥାତ୍ ସ୍ଵପ୍ନାକୁ ଛାଡି ଚାଲିଗଲା । ଏହି ଜନ୍ମରେ ସ୍ଵପ୍ନା ସତ୍ୟକୁ ପ୍ରେମରେ ଧୋକା ଦେଇ ଛାଡି ଚାଲିଗଲା । ( ସମାନ ଢଙ୍ଗ )।

୩. ପୁର୍ବଜନ୍ମରେ ସ୍ଵପ୍ନାକୁ ସତ୍ୟର ସ୍ମୃତି ହିଁ ବେଶୀ କଷ୍ଟ ଦେଉଥିଲା । ଏହି ଜନ୍ମରେ ଧୋକା ଖାଇବା ପରେ ସତ୍ୟକୁ ସ୍ଵପ୍ନାର ସ୍ମୃତି ହିଁ ବେଶୀ କଷ୍ଟ ଦେଲା ।

୪. ପୁର୍ବଜନ୍ମରେ ସତ୍ୟ ମୃତ୍ୟୁ ପରେ ସ୍ଵପ୍ନା ଜୀବନ ଯାକ ବହୁତ କଷ୍ଟ ପାଇଲା । ଏହି ଜନ୍ମରେ ସ୍ଵପ୍ନା ଠାରୁ ଧୋକା ଖାଇବା ପରେ ସତ୍ୟ ମାନସିକ ରୋଗୀ ହୋଇଗଲା ଓ ବହୁତ କଷ୍ଟ ପାଇଲା ।

ପନ୍ଦର ଦିନ ପରେ ଆଉଥରେ ଆସ କହି ସତ୍ୟକୁ ବିଦାୟ ଦେଲି । ଏକ ମାସ ପୁରିଲା ପରେ ବି ସତ୍ୟ ଆସିଲା ନାହିଁ । ଅନେକ ଦିନ ପରେ ସତ୍ୟର ବନ୍ଧୁ ସତ୍ୟ ବିଷୟରେ ଜଣେଇଲା - "ସତ୍ୟ ଏବେ ପୁରା ବଦଳି ଯାଇଛି । ସେ ଝିଅକୁ ଦେଖିଲେ ବି କିଛି ପ୍ରତିକ୍ରିୟା ନାହିଁ । ଯେପରି କିଛି ଘଟିନି । ଯିଏ ରାତିରେ ୨-୩ ଘଣ୍ଟା ଶୋଇପାରୁନଥିଲା ଏବେ ଦିନରେ ୭ ଘଣ୍ଟା କୁମ୍ଭକର୍ଣ୍ଣ ନିଦରେ ସୋଇପଡୁଛି ।

Regression ପଦ୍ଧତି ଓ କ୍ଷମା ପ୍ରାର୍ଥନା ଦ୍ୱାରା କର୍ମ ବନ୍ଧନ ଛିଡ଼ିଗଲା । ନଚେତ ଏମିତି କେତେ ଜନ୍ମ ଧରି ପରସ୍ପର ପରସ୍ପରକୁ କଷ୍ଟ ଦେଇଥାନ୍ତେ । ଅର୍ଥାତ କଷ୍ଟ ଦେବାପାଇଁ କିମ୍ବା କଷ୍ଟ ପାଇବା ପାଇଁ ଏକାଠି ହୋଇଥାନ୍ତେ ।

( ବ୍ୟକ୍ତିଗତ ଗୋପନିୟତା ପାଇଁ ପ୍ରକୃତ ନାମ ବଦଳରେ ଛଦ୍ମନାମ ବ୍ୟବହାର କରାଯାଇଛି । )

-Healing_Mind
ସାନମଙ୍ଗ, ବାଟିପଡା,
ଆଳି, କେନ୍ଦ୍ରାପଡା
📞 9938609823
______________________________________________
1. Past Life Regression Therapy
2. ବୈବାହିକ ସମସ୍ୟା ରୁ ମୁକ୍ତି
3. ପରୀଜଗତ ଠାରୁ ସାହାଯ୍ୟ

ପାଇଁ ଯୋଗାଯୋଗ -📞 9938609823
______________________________________________

Address

Kendrapara, OD
Kendrapara District
754211

Telephone

+919938609823

Website

Alerts

Be the first to know and let us send you an email when Mindshree - Healing Minds posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mindshree - Healing Minds:

Shortcuts

Share